ମଳିନ ପାର୍ବଣ
ମଳିନ ପାର୍ବଣ
ଡ଼ା. ସରୋଜ କୁମାର ମିଶ୍ର
ଶେଷରେ ଝିଅଟି ଇସ୍ତଫା
ଦେଇଦେଲା । ଥରଥର ହତରେ ଭୟାତୁରା
ଆଖିରେ ମୋ ସାମ୍ନାରେ ଠିଆହୋଇ କାଗଜ ଖଣ୍ତିକ
ବଢାଇ ଦେଇ କହିଲା – ସାର୍ ! ମୁଁ ଗଁ। କୁ ଚାଲିଯିବି | ସରକାରୀ ଚାକିରୀ କଲି ତଥାପି ଏ ଯାଏଁ ସାତମାସ ହେଲା ଦରମା ମିଲିଲାନି । ମୁଁ ଚଳିବି କେମିତି ? ଆପଣ ତ ଆଜି ହେବ, କାଲି
ହେବ କହି ଶେଷରେ ସି.ଡ଼ି.ମ୍.ଓ ଙ୍କ ପାଖକୁ ପଠାଇ ଦେଲେ । ସି.ଡ଼ି.ମ୍.ଓ ଡ଼ି.ପି.ମ୍
ଙ୍କ ପାଖକୁ ଫୋନ୍ କରି ପଚାରି ବୁଝି କହିଲେ ଆଉ ମାତ୍ର ସପ୍ତାହେ ଅପେକ୍ଷା କର । ଏତେଦିନ ଜଗିଲ,
ଆଉ ମାତ୍ର ସାତଦିନ .....। ହେଲେ ସାର୍ ଏ ଭିତରେ ସାତ ସପ୍ତାହ ବିତି ଗଲାଣି । ମୋତେ ଆପଣଂକୁ କିମ୍ବା ସି.ଡ଼ି.ମ୍.ଓଙ୍କୁ ପଚାରିବାକୁ ଲଜ୍ଜା ଲାଗୁଛି । ସତକଥା କହିବାକୁ ଗଲେ ମୋତେ ଏମିତି ଲାଗୁଛି ଯେ ମୁଁ ସତେ ବା ଆପଣଂକୁ ଭିକ୍ଷା ମାଗୁଛି , ଦରମା ମାଗୁନାହିଁ ।
ମୁଁ ସ୍ତବ୍ଧ ହୋଇଗଲି । ଝିଅଟି ମୋ ସାମ୍ନାରେ ଏତେ କଥାବାର୍ତ୍ତା ହୋଇନଥିଲା’ ଛୁଟି ଦରଖାସ୍ତ ଦେଲାବେଳେ ଆସିବ , କିଛି ନକହି ଦରଖାସ୍ତଟି ମୋ ହାତକୁ ଥରଥର ହତରେ ବଢାଇ ଦେଇ ପ୍ରଣାମ କରି ତୁରନ୍ତ
ଚାଲିଯିବ । ନଚେତ୍ ବେଳେ ବେଳେ ଆସି ତା ଦରମା
ନ ମିଳିବା କଥା କହିବ ।
ମୁଁ
ଗମ୍ଭୀର ହୋଇ ବସି ରହିଥିଲି । ତାହା ସହିତ ଆଉ ଜଣେ ଝିଅ
ଆସିଥିଲା ,
ସେ କିଏ ମୁଁ ଜାଣେନା । ଝିଅଟିର ମୁହଁକୁ ଚାହିଁ ମୁଁ କହିଲି- ସତକହିଲୁ ଝିଅ , ତୁ ଆଉ କେଉଁଠି
ଚାକିରୀ ପାଇଲୁ ନା ଦରମା ମିଳିଲାନି ବୋଲି ଚାକିରି ଛାଡ଼ିଦେଲୁ ?
ଝିଅଟି ନୀରବରେ ଠିଆ ହୋଇ ଥିଲା , କିଛି କହିଲାନି
।
ମୁଁ
ନୀରବତା ଭଂଗ କରି ତାକୁ ପୁଣି ପଚାରିଲି - ତୁ ଆମ
ଉପରେ ଅଭିମାନ କରି ଚାଲିଯାଉଛୁ ନା ?
ଝିଅଟି ଆଖି ଛଳଛଳ କରି କହିଲା - ସାର୍ !
ସମୁଦ୍ର ଉପରେ କିଏ କେବେ ଅଭିମାନ କରିପାରେ ? ତଥାପି ସାର୍ ! ମୁଁ ଆପଣଙ୍କ ନିକଟରେ କୃତଜ୍ଞ
। ଏଠି କାମ କରିବାର ଗୋଟିଏ ସୁସ୍ଥ
ବାତାବରଣ ଥିଲା । ହେଲେ ବିନା ଦରମା ରେ କେତେଦିନ
ଚଳିବି ?
ଆଗରୁ ଭାବୁଥିଲି ପାଂଚ ହଜାର ଦୁଇଶହ ଦରମା ଠିକା ଚାକିରୀ । ବ୍ରହ୍ମପୁର ଭଳି ସହରରେ କେମିତି ଚଲିବି ? କିନ୍ତୁ ବିନା
ଦରମାରେ ଏତେ ମାସ କାମ କଲାପରେ ବହୁତ କଷ୍ଟ ହେଉଛି । ଭାବୁଛି ଘରେ ବସି ଅନ୍ତତଃ ମାଗଣା ଦୁଇ ଓଳା ଖାଇ ପରିବି । ମୋ ବଡ଼ ଭଉଣୀ ଆସିଛି ଜିନିଷ ପତ୍ର ବନ୍ଧା ସରିଲାଣି । ତା’ କଥାର ଜବାବ ରେ ମୋର କିଛି କହିବାର ନଥିଲା । ସେ ମୋର ପାଦ ଛୁଇଁ ମୁଣ୍ଡରେ ଲଗାଇ ଚାଲିଗଲା , ମୁଁ ଅଥର୍ବ
ହୋଇ ତାର କାଗଜଟାକୁ ହାତରେ ଧରି କିଛି ସମୟ ବସିବା ପରେ ତାର ଇସ୍ତପା ପତ୍ର ଗ୍ରହଣ କରିବା ପାଇଁ
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିକଟ କୁ ପ୍ରେରଣ କରିଦେଲି ।
ସାତ ମାସ ତଳେ ଝିଅଟି ତାର ଜଇନିଂ ରେପୋର୍ଟ ଦେବା ପାଇଁ ମୋ ଚେମ୍ବର ଭିତରକୁ ଆସିଥିଲା । ସରକାରଙ୍କ ଖାଲିଥିବା ପଦ ପଦବୀ
ଗୁଡ଼ିକ ପୁରଣ କରିବା ପାଇଁ ଦଶହଜାର ରୁ ଅଧିକ ପାରା ମେଡ଼ିକାଲ୍
କର୍ମଚାରିଂକୁ ଚୟନ କରଯାଇଥିଲା ମାସିକ ପାଂଚ ହଜାର ଦୁଇଶହ ସମୂଦାୟ ଦରମାରେ ଚୁକ୍ତି
ଭିର୍ତିକ ନିଯୁକ୍ତିରେ ସେମାନଙ୍କୁ
ନିଯୁକ୍ତି
ଦିଆ ଯାଇଥିଲା । ଝିଅଟି ତନ୍ମଧ୍ୟରୁ
ଜଣେ
ପାରା ମେଡ଼ିକାଲ୍ କର୍ମଚାରି
ଭାବେ ମୋ ହସ୍ପିଟାଲ ରେ ଜଇନ୍ କରିଥିଲା । ସେତେବେଳେ ମୁଁ ପ୍ରଶାସନିକ ସୁଲଭ ଇଷତ୍ ଚଢଗଳାରେ ତାକୁ ପଚାରିଥିଲି – ନିୟମିତ ଭାବରେ ଡ଼୍ଯୁଟି କରିବ ତ
? ବାରମ୍ବାର ଘରକୁ ଗଲେ ଚଳିବନି। ତମ ସହିତ ଆଉ କିଏ ଆସିଛନ୍ତି ?
ସେ ଛଳଛଳ ଆଖିରେକିଛି ସମୟ ଚାହିଁଲା ଏବଂ ତାପରେ ଧକେଇ ଧକେଇ
କାନ୍ଦିଲା , ମୁଁ
ବଡ଼ ଅପ୍ରସ୍ତୁତ ମନେକରି ତାକୁ ପଚାରିଲି ..... ଆରେ କ’ଣ ହେଲା । ଇଏ କାନ୍ଦୁଛି କାହିଁକି ? କଲିଂଗ୍ ବେଲ୍ ମାରିଲି । ପିଅନ୍ କୁ ପଚାରିଲି – ଆରେ
ଏଝିଅ ଟି ଚାକିରି କରିବାକୁ ଆସି କାନ୍ଦୁଛି କାହିଁକି
?
ପିଅନ୍ କହିଲା – ନା ସାର୍ ଛୋଟ ଝିଅଟା । ମାଟ୍ରିକ ପରେ
ପାରା ମେଡ଼ିକାଲ୍ ତାଲିମ୍ ନେଇ ଚାକିରି ପାଇଛି । ବହୁତ ଦୂରରୁ ଆସିଛି , ତାର
ବାପା ଭାଇ ଏଠି କେହି ନାହାନ୍ତି । ବଡ଼ ଭଉଣୀ ତାକୁ ସାଂଗରେ ନେଇ
ଆସିଛି ।ସେ ଏତେ ବଡ଼ ସହରରେ ଏକାକି ରହି
ଚାକିରି କରିବା ପାଇଁ ଭୟ କରୁଛି । ଜଇନ୍ କରିବନି ବୋଲି କହୁଥିଲା । ତା ବଡ଼ ଭଉଣୀ ତାକୁ ବୁଝାଇଲା
ଯେ ଘରର ଆର୍ଥିକ ଅବସ୍ଥା କୁ ଆଖି ଆଗରେ ରଖି ତାକୁ ଚାକିରି କରିବାକୁ ହିଁ ହେବ । ଏମିତି ଦୁର୍ବଳ ହେଲେ ହେବନି । ଆମେ ମଧ୍ୟ ତାକୁ ବୁଝାଇଲୁ । ଆମେ ସମସ୍ତେ ତୁମର ବଡ଼ ଭାଇ
ଭଳି ଏଠାରେ ଅଛୁ ,ଆମ
ସାର୍ ବହୁତ ଭଲ ଲୋକ ଏଣୁ ତମର କିଛି ଅସୁବିଧା ହେବ ନାହିଁ । ଏ କଥା ବୁଝାଇ ଶୁଝାଇ ତାଂକୁ
ଆପଣଙ୍କ ପାଖକୁ ଚେମ୍ବର୍ କୁ ପଠାଇଲୁ ।ଦେଖିଲା ବେଳକୁ ସେ ପୁଣି କାନ୍ଦୁଛି ।
ମୁଁ ତା’ ମୁହଁକୁ ଚାହିଁଲି । ସେ ଆଖି ରୁ ଲୁହ ପୋଛି ପୋଛି
କ୍ରମଶଃ ସ୍ୱାଭାବିକ ଅବସ୍ଥାକୁ ଆସିଲା । ମୁଁ କହିଲି ଝିଅ ତୁ ଖୁସି ହେବାକଥା ନୁଆଁ ଚାକିରି ପାଇଛୁ , ଆଜିଠୁ ତୁ
ନିଜ ଗୋଡ଼ରେ ଠିଆ ହେବା ଶିଖିଲୁ । ଏଥିପାଇଁ କାନ୍ଦ ଛି.... ଛି.... ।
“ କେଉଁଠି ରହିବୁ “ ?
ସେ ନୀରବ ରହିଲା । ପିଅନ୍ କହିଲା – ସାର୍ , ହଠାତ୍ ତାକୁ
ଅନ୍ୟ ନର୍ସିଂ କର୍ମୀ ମାନଙ୍କ ପାଖରେ ଏଡ଼ଜଷ୍ଟ
ହୋଇ ରହିଯିବ । ତାର ଦରମା ମିଳିବା ପରେ ତା’ କଥା ସେ ନିଜେ ବୁଝିବ । ମୁଁ ସର୍ଜରୀ ଦିଦି କୁ କହି
ଦେଇଛି । ଦୂର ଜାଗାରୁ ଏକାକୀ ଝୀଅଟିଏ
ଆସିଛି ,
କିଛିଦିନ ତାକୁ ଚଳାଇ ନେବେ ।
ଝିଅଟି କିଂଚିତ୍ ଆସ୍ୱସ୍ତି ବୋଧ କରି ମୋ ଠାରୁ ଗଲା । ମୁଁ ତାର ଜଇନ୍ ରିପୋର୍ଟ ସୁପାରିସ୍
କରି ପଠାଇବା ବେଳେ ଆକାଉଣ୍ଟାଟ୍.ଙ୍କୁ
ପଚାରିଲି - ତା ଦରମା କେଉଁ ଯୋଜନା ରୁ ଦିଆଯିବ ? ସେ କହିଲେ ସାର୍ ! ଏଇଟା ତା ଗୋଟିଏ ନୂଆଁ ଯୋଜନାର
କର୍ମନିଯୁକ୍ତି । ତା ଦରମା ପାଇଁ ଆମେ
କ୍ଲାରିଫିକେସନ୍ ମାଗିବା । କିନ୍ତୁ ବର୍ତ୍ତମାନ୍
ଆମର ଚୁକ୍ତିଭିର୍ତ୍ତିକ ନିଯୁକ୍ତି ନିମନ୍ତେ କୌଣସି ଅର୍ଥ ବରାଦ ହୋଇନାହିଁ ।
ଏମିତି ମାସେ ଦୁଇମାସ ଚଳିଗଲା । ଦିନେ ଝିଅଟି ଗୋଟିଏ ଛୁଟି
ଦରଖାସ୍ତ ହାତରେଧରି ଆସିଲା । ଏକ କାଳିନ ଦଶଦିନ
ପାଇଁ ଛୁଟି ମାଗିଛି । ମୁଁ କହିଲି ଏଇଟା ଅସମ୍ଭବ କଥା
। ତମର ଚାକିରି ଏକ ବର୍ଷ ପୂରିନି
। ଏକ କାଳୀନ ଦଶଦିନ ଛୁଟି ।
ଝୀଅଟି କହିଲା – ସାର୍ ଏ ଯାଏଁ ଦରମା ମିଳିନି । ମାସେ କାଳ ଦିଦି ଙ୍କ ପାଖରେ
ରହି ଚଳେଇ ନେଲି । ତା’ପରେ ଏବେ ଭଡ଼ା
ନେଇ ବେସରକାରୀ ହଷ୍ଟେଲ ରେ ରହୁଛି ।ସେଠି ରହିବାକୁ ହେଲେ ମୋତେ ଅନ୍ତତଃ ମେସ୍ ଚାର୍ଜ ଏବଂ ହଷ୍ଟେଲ ଚାର୍ଜ
ଦେବାକୁ ପଡ଼ିବ । ଧାର ଉଧାର କରି ମାସେ ଚଳାଇ
ନେଲି । ଏଣୁ ମୁଁ ବାଧ୍ୟ ହୋଇ ଘରକୁ
ଯାଉଛି ବାପାଙ୍କ ଠାରୁ ପଇସା ମାଗି ଆଣିବି ।
ମୁଁ ତାର ଜବାବ କିଛି ଦେଇ ପାରିଲିନି । ପକେଟ୍ ରେ ଦୁଇ ତିନି ହଜାର
ଟଂକା ଧରି ଆମେ ମଲ୍ କୁ ଗଲେ ଆମକୁ ମନେ ପକାଇବାକୁ ପଡ଼ୁଛି କ୍ରେଡ଼ିଟ କାର୍ଡ଼ ଟା ପର୍ସ ରେ ଅଛିକି
ନାହିଁ । ଝିଅଟା ବିନା ଦରମାରେ ଏତେ ବଡ଼
ସହରରେ ଦୁଇମାସ ଚଳିଲାଣି ଅଥଚ ମୁଁ ତାକୁ ଦରମା ଦେଇ ପାରୁନି । ଶେଷରେ ତାକୁ ଛୁଟିରେ ଯିବାପାଇଁ
ଅନୁମତି ଦେଇ କହିଲି ହଉ ତମେ ଯାଅ। ମୁଁ ଏଇଟା ରଖିଲି କିନ୍ତୁ ମନେରଖ, ଠିକା ନିଯୂକ୍ତି ରେ ଏଗାର ଦିନ
ରହିଗଲେ ଭାବିନେବ ତୁମ ଚାକିରୀ ଚାଲିଗଲା, ସେତେବେଳେ ମୋତେ ନେହୁରା
ହେବନି ।
ଝୀଅଟି କେବଳ ମୋ ମୁହଁ କୁ ଚାହିଁଲା , ପ୍ରତିବାଦରେ
କିଛି କହିଲା ନାହିଁ ।କେବଳ ମୁଣ୍ଡ
ହଲାଇ ମୋର ପ୍ରକୋଷ୍ଠରୁ ବାହାରି ଗଲା।
ସେ ଚାଲିଗଲା ପରେ ମୁଁ ଭାବିଲି ଝୀଅଟି ସବୁ
ଆଦେଶକୁ ପାଳନ କରୁଛି । ମୋର ଏଭଳି କଟକଣା
ତାର ଅସହାୟ ଅବସ୍ଥା ପ୍ରତି କଠୋର କୁଠାରାଘାତ ଭଳି ମନେକଲି । କିଛିଦିନ ପରେ ମୋର ମୁଖ୍ୟ
କିରାଣୀ କହିଲେ – ସାର୍ – ଠିକା କର୍ମଚାରୀ ମାନଙ୍କ ଦରମା ଆଲାଟମେଣ୍ଟ ଆସିଗଲା । ମୋତେ ସେଦିନ ଅନୁଭବ ହେଲା ସତେକି ମୋର ଲୋଟେରି ଫୁଟିଗଲା । ମୁଁ କହିଲି - ବଡ଼ବାବୁ ! ପ୍ରଥମେ ସେ ଝୀଅଟାର ବିଲ୍ କରିଦେଲ । ବିଚାରୀଟା ଦୁଇମାସ ହେଲା ଦରମା
ପାଇନି ।
ଠିକ୍ ତାହା ହିଁ ହେଲା । ଝିଅଟି ଦୁଇମାସର ଦରମା ପାଇଗଲା
। ସେ ଛୁଟିରୁ ଫେରିଲା କି
ନାହିଁ ମୁଁ ଜାଣିନଥିଲି । ତଥାପି ଯେଉଁଦିନ ୱାର୍ଡ଼ ପରିଦର୍ଶନରେ ଯାଇଥିଲି, ଦେଖିଲି
ଝିଅଟି କାମ କରୁଛି । ମୁଁ ପଚାରିଲି - କଣ ଦଶଦିନରୁ
ଡ଼େରି କରିନାହଁ ତ ?
ଅନ୍ୟ କର୍ମଚାରୀ ମାନେ ତାପାଇଁ ଓକିଲାତି କରି କହିଲେ
- ନା ! ସାର୍ ସେ ମାତ୍ର ପାଂଚ ଦିନ ରହି ଆସିଗଲା, କାରଣ
ଘରବାଲା ତାକୁ ଫୋନ୍ କରି ତୁ ଜଳଦିଆସି ଭଡ଼ା ଦେବୁ ନା ତୋ ରୁମ୍ ତାଲା ଭାଂଗି ଜିନିଷ ଫୋପାଡ଼ି ଦେବି । ଅନ୍ୟ ଲୋକମାନେ ଆଡ଼୍ ଭାନଂସ୍
ଦେଇ ରହିବା ପାଇଁ ଆଗ୍ରହ ଅଛନ୍ତି । ଏଭଳି ଧମକ ମିଳିଲାପରେ ତା ବାପା ଧାର ଉଧାର କରି ତାକୁ ପଠାଇ
ଦେଇଛନ୍ତି।
ମୋର
ତା ପ୍ରତି ଦୟା ଆସିଲା । ମୁଁ କହିଲି -
ବ୍ୟସ୍ତ ହୁଅନି ଝିଅ ତୋର ଦୁଇମାସର ବିଲ୍ ହୋଇଯାଇଛି ।ଖୁବ୍ ଶିଘ୍ର ପାଇଯିବୁ । ଝିଅଟି ଭୟାତୂର ହସ ମୁହଁରେ
କହିଲା- ଥାଂକ୍ ୟୁ ସାର୍ ।
ତା’ ପର ଦିନ ମୋପାଖକୁ ଅନ୍ୟ ବିଭାଗୀୟ ଅଫିସର ମାନେ
ଫୋନ୍ କରି ପଚାରିଲେ- ହଇହୋ ବାବୁ, ତମେ ସେ ମେଡ଼ିକାଲ କର୍ମଚାରୀର ଦରମା କେମିତି ଡ଼୍ର କଲ ! ମୁଁ କହିଲି ଠିକା କର୍ମଚାରୀ ମାନଂକ
ପାଇଁ ଉଦ୍ଦିଷ୍ଟ ଥିବା ଆଲାଟମେଣ୍ଟରୁ । ସେମାନେ କହିଲେ ଭୁଲ । ତାହା ବିଭାଗରେ ଖଲିଥିବାପଦବୀ ବିପକ୍ଷରେ ଯେଉଁ ଠିକା କର୍ମଚାରୀ
ନିଯୁକ୍ତି ହୋଇଥିବେ,
ସେମାନଙ୍କ ପାଇଁ ଉଦ୍ଦିଷ୍ଟ । ସେଇଟା ରାଜ୍ୟ ସରକାରଙ୍କ ପାଣ୍ଠି । ଏମାନେ ସ୍ୱାସ୍ଥ୍ୟମିଶନ୍ ଦ୍ୱାରା
ଅର୍ଥରୁ ପାଇବେ ଯାହା ଏଯାବତ୍ ଆସିନାହିଁ । ତମେ ଆର୍ଥିକ ଅନୀୟମିତତା କରିଛ। ତାର ପରିଣାମ ତୁମକୁ ଭୋଗିବାକୁ
ପଡ଼ିବ ।
ମୁଁ
ବିରକ୍ତ ହୋଇ କହିଲି- ହେଲେ ହେଲା ଭାଇ , ମୁଁ ତ ସରକାରଙ୍କ ପାଣ୍ଠି ମାରି ଖାଇ ଯାଇନି । ଜଣେ ଅବଳା କର୍ମଚାରୀ କୁ ଦରମା ଦେଇଛି । ଏଥିପାଇଁ ସରକାର ଯଦି ଦଣ୍ଡ
ଦିଅନ୍ତି ମୁଁ ତାହା ଗ୍ରହଣ କରିବାକୁ ପ୍ରସ୍ଥୁତ । ମତେ ଦଣ୍ଡ ଦେବା ପୂର୍ବରୁ ସରକାରଙ୍କ ମଧ୍ୟ ଆତ୍ମସମୀକ୍ଷା କରିବା
ଆବଶ୍ୟକ , ଏଭଳି
ବିନା ବେତନ ସରକାରୀ ଚାକିରୀ’ ପଦବୀ ସୃଷ୍ଟି କରୁଛନ୍ତି କାହିଁକି ?
ମୋ
ସହଯୋଗୀ ଅଫିସର ମାନେ କହିଲେ - ତୁମେ ଏଭଳି ଉଦାର ମନଭାବ ଦେଖାଇ ଏକ ପ୍ରକାର ଖରାପ ପରଂପରା
ସୃଷ୍ଟି କରୁଛ । ଆମ ଅଧୀନରେ କାମ କରୁଥିବା
ଠିକା କର୍ମଚାରୀ ମାନେ ତମର ଉଦାହରଣ ଦେଇ ଦରମା ଦାବୀ କରୁଛନ୍ତି ।
ମୁଁ
କହିଲି ତୁମେ ବି ମୋଭଳି ଦେଇପକାଅ । କେତଟି ଭୋକିଲା ପେଟର ଭୋକ ମେଣ୍ଟିଯିବ । ସେମାନେ ମୋତେ କହିଲେ - ତମର
ପେନ୍,ସନ୍ ପାଇବାକୁ ଇଚ୍ଛା
ଅଛି ନା ନାହିଁ ?
ମୁଁ କହିଲି ସେକଥା ମୁଁ ଜାଣେନା, ସେ ଯାଏଁ ଯୋଦି ବଂଚିଛି ତାହାହେଲେ
ମୋତେ ଖାଇବାକୁ ଦେବା ଦାୟୀତ୍ୱ ଭଗବାନଙ୍କର , ସରକାରଙ୍କର ନୁହେଁ।
ମୁହଁ
ଟାଣ କରି ସିନା କହିଦେଲି ,
କିନ୍ତୁ ବହୁତ ଭାବିବାକୁ ପଡ଼ିଲା । ମୋ କାମ ପାଇଁ ଯଦିଓ ମୁଁ ଅନୁତପ୍ତ ନଥିଲି , ତଥାପି ସରକାରି ସ୍ତରରେ ଯେପରି ଅପଦସ୍ତ
ନହୁଏ ସେଥିପାଇଁ ସତର୍କତାମୂଳକ ପଦକ୍ଷେପ ନେଇ ତା’ପର ମାସରୁ ଝିଅଟାର
ଦରମା ବନ୍ଦକରିଦେଲି ।
ଏମିତି ମାସ ପରେ ମାସ ବିତିଗଲା , ଝିଅଟି ବାରମ୍ବାର
ଆସି ମୋତେ ଅନୁନୟ ହୋଇ ମୋତେକହୁଥିଲା । ସେ କହୁଥିଲା ତା ଘର ମାଲିକ ତାକୁ ବାରମ୍ବାର ଧମକ ଦେଉଛନ୍ତି , ଘରେ ରୋଷେଇ କରିବାକୁ ମନାକରୁଛନ୍ତି, ମୁଁ ହୋଟେଲ
ରେ ଖାଉଛି, ଏଠି ମନ୍ଦିର ନାହିଁ , ମନ୍ଦିର
ଭୋଗ ଖାଇଲେ କମ୍ ଖର୍ଚ୍ଚ ହୁଅନ୍ତା ଇତ୍ୟାଦି ଇତ୍ୟାଦି ।
ଦିନେ
ଅଫିସ ସିଡ଼ି ଚଢିଲା ବେଳ କୁ ଦେଖିଲି ଝିଅଟି ଉପର
ପାହଛ ରେ ବସିଛି ,
ମୁଁ ତା ପାଖକୁ ଯାଇ ପଚାରିଲି ଏଠି କାହିଁକି ବସିଛୁ ? ସେ କାନ୍ଦିଲା
କହିଲା ଦୁଇଦିନ ହେଲା ଭୀଷଣ ଜ୍ୱର । ଏତିକି କହିସେ ତଳେ
ପଡ଼ିଗଲା । ମୁଁ ତାକୁ ସ୍ଟ୍ରେଚର ମଗାଇ ଇନ୍ଡ଼ୋର କୁ ପଠାଇଲି । ଯାହାପାଖରେ ଖାଇବା ପିଇବାପାଇଁ
ପଇସା ନାହିଁ ସେ ଔଷଧ ବା କେଉଁଠି ଆଣିବ । ୱାର୍ଡ଼ ରେ ଥିବା ଡ଼ାକ୍ତର୍ଂକୁ
ନିର୍ଦ୍ଦେଶ ଦେଲି ତାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଝିଅଟି ଭଲ ହୋଇଗଲା । ଦୁଇଦିନ ପରେ ପୁଣି ଦରଖାସ୍ତ
ଲେଖିଦେଲା - “ସାତଦିନ ଛୁଟିରେ ଯିବ” ତାର ଛୁଟି କିଛି ବଳକା ନ ଥିଲା। ତଥାପି ମୁଁ କିଛି ନ କହି
ଦରଖାସ୍ତ ଟା ଡ଼୍ର ରେ ରଖିଦେଲି ।
ଏଭିତରେ ଖବର କାଗଜ ପୃଷ୍ଠା ମଣ୍ଡନ ହେଲା କେଉଁଠି
ବୃତ୍ତି (ଷ୍ଟ।ଇପେଣ୍ଡ) ନ ପାଇ ନର୍ସିଂ
ଛତ୍ରୀର ଆତ୍ମହତ୍ୟା,କେଉଁଠି
ପେନସିଲ ରବର ନ ପାଇ ଛାତ୍ରୀର ଆତ୍ମହତ୍ୟା, ଉଚ୍ଚ ପଦାଧିକାରୀଙ୍କ ନିଲମ୍ବନ । ମୁଁ ସମସ୍ତ ଉପରିସ୍ତ ଅଧିକାରୀ
ମାନଂକୁ ଚିଠି ଲେଖିଲି ସେଭଳି ଅବସ୍ଥା ଆମ ବିଭାଗରେ ନ ହେଉ । କିନ୍ତୁ ସେ କଥା ବୁଝେ କିଏ ! କିଏ କହିଲା ଏମାନଙ୍କ ଦରମା
ମିଶନ୍ ଦେବ ,
କିଏ କହିଲା ଶତକଡ଼ା କୋଡ଼ିଏ ଭାଗ ରାଜ୍ୟ ଦେବ , ବଳକା କେନ୍ଦ୍ର ଦେବ । କିଏ କହିଲା ପ୍ଲାନ୍ କିଏ
କହିଲା ନନ୍ ପ୍ଲାନ ଫଣ୍ଡରୁ ମିଳିବ । ଶେଷରେ ଖବର ମିଳିଲା ଏ ପଦ ପଦବୀ ର ସୃଷ୍ଟି ଉପରେ ପ୍ରଶ୍ନବାଚୀ ଉଠିଛି । ସେମନଙ୍କ ପାଇଁ ବଜେଟ ରେ ଅର୍ଥ ବରାଦ ହୋଇନହିଁ ଇତ୍ୟାଦି ଇତ୍ୟାଦି । ମୁଁ ପାଗଳ ହୋଇଗଲି । ନାଲିଫିତା ତଳେ ରହିଥିବା
ଅତ୍ୟନ୍ତ ନିର୍ମମ ଧାରା ବିବରଣୀ ଭିତରେ।
ମୋତେ ସମସ୍ତ ଜଂଜାଳ ରୁ ସମସ୍ତ ଦ୍ୱିଧାରୁ ମୁକ୍ତ
କରିବା ପାଇଁ ଝୀଅ ତା’ର
ଇସ୍ତଫା ପତ୍ର ପ୍ରଦାନ କରି ଚାଲିଗଲା । ମୋ ପାଇଁ ଛାଡ଼ିଦେଇ
ଗଲା ମୋ ଅସହାୟତା ର ପରିସୀମା, ମୋ
କାର୍ଯ ପରିବେଶର ସ୍ୱଚ୍ଛତା ତଥା ମାନବିକାତାର ଅଧୋଗତିର କଠୋରତା କୁ ମାପିବା ପାଇଁ ଏକ ମାପ କାଠିର
ପରିକଳ୍ପନା ପାଇଁ ......... ।
ସିଦ୍ଧାର୍ଥ ନଗର ,
ପ୍ରଥମ ଲାଇନ୍ , ବ୍ରହ୍ମପୁର
◦ ●●●●●●●●●● ◦
Comments
Post a Comment